ଅଭିନେତ୍ରୀ ସ୍ବରା ଭାସ୍କରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,ଏଜେନ୍ସି: ବଲିଉଡ ଅଭିନେତ୍ରୀ ସ୍ବାରା ଭାସ୍କରଙ୍କୁ ଏକ ହତ୍ୟା ଧମକ ପୂର୍ଣ୍ଣ ଚିଠି ଲେଖାଯାଇଛି। ଏନେଇ ସେ ମୁମ୍ବାଇ ପୁଲିସରେ ମାମଲା ରୁଜୁ କରିଛନ୍ତି। ସୂଚନା ଅନୁସାରେ କେହି ଜଣେ ହତ୍ୟା ଧମକ ପୂର୍ଣ୍ଣ ଚିଠି ଲେଖି ତାଙ୍କ ବର୍ସୋଭା ବାସଭବନକୁ ସ୍ପିଡ୍ ପୋଷ୍ଟ କରିଥିଲେ। ସ୍ବାରାଙ୍କ ଅଭିଯୋଗ ଦାଖଲ ପରେ ମୁମ୍ବାଇ ପୁଲିସ ମାମଲାକୁ ଗୁରୁତର ସହିତ ନେଇଥିବା କୁହାଯାଇଛି।

ତେବେ ଏହି ଚିଠିଟି ହିନ୍ଦିରେ ଲେଖାଯାଇଛି। ସେଥିରେ ଲେଖାଯାଇଛି ଯେ ଏହି ଦେଶର ଯୁବପୀଡ଼ି ଭୀର ସାଭରକରଙ୍କ ପ୍ରତି ଅପମାନ ବରଦାସ୍ତ କରିବେ ନାହିଁ। ଶେଷରେ ’ଦେଶ୍‌ କେ ନୌଜବାନ’ ଦସ୍ତଖତରେ ଲେଖାଯାଇଛି।