ବରଗଡ,ଏନ୍ଏନ୍ଏସ୍: କରୋନା ମହାମାରୀ ତଥା ଲକଡାଉନ ଯୋଗୁଁ ବହୁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ଅଧାରୁ ବନ୍ଦ ହୋଇଯାଇଛି। ତେବେ ସେମାନଙ୍କ ମଧ୍ୟରୁ କେତେକ ପୁନର୍ବାର ପାଠ ପଢ଼ା ପାଇଁ ଆଗ୍ରହୀ ଥିବା ବେଳେ ବିଭିନ୍ନ କାରଣରୁ ସ୍କୁଲରେ ପାଠ ପଢ଼ିପାରୁ ନାହାନ୍ତି। ବରଗଡ଼ ଖଣ୍ଡହତା ସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ସହିଦ ରଞ୍ଜନ ଦାଶ ସ୍ମୃତି କମିଟିର ସହଯୋଗ କ୍ରମେ ଆନ୍ଧ୍ର କ୍ୟାମ୍ପର ପଞ୍ଚମ ଶ୍ରେଶୀର ଛାତ୍ରୀ ପି ଦୁର୍ଗା ଭବାନୀ ପୁଣି ଥରେ ବିଦ୍ୟାଳୟ ମୁହାଁ ହୋଇପାରିଛନ୍ତି।
ବିଗତ ଦିନରେ ହୋଇଥିବା ଲକଡାଉନ ଯୋଗୁଁ ପି ଦୁର୍ଗା ଭବାନୀଙ୍କ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରିବା ସହ ସପରିବାର ତାମିଲନାଡୁକୁ ଚାଲିଯାଇଥିଲେ। ସେଠାରୁ ଫେରିବା ପରେ ପାଠ ପଢ଼ିବାର ଅହେତୁକ ଇଚ୍ଛା ସତ୍ତ୍ୱେ ପି ଦୁର୍ଗାଙ୍କ ପାଠପଢ଼ାରୁ ବଞ୍ଚିତ ହୋଇଯାଇଥିଲେ। ଯାହାକି ଖଣ୍ଡହତାରେ ଥିବା ସହିଦ ରଞ୍ଜନ ଦାଶ ସ୍ମୃତି କମିଟିର ନଜରକୁ ଆସିଥିଲା ଏବଂ ସେମାନଙ୍କ ସହଯୋଗରେ ପି ଦୁର୍ଗା ଭବାନୀ ପୁଣି ଥରେ ବିଦ୍ୟାଳୟରେ ପ୍ରବେଶ କରିଛନ୍ତି।
ସହୀଦ ରଞ୍ଜନ ଦାଶ ସ୍ମୃତି କମିଟି ସହଯୋଗକ୍ରମେ ପି ଦୁର୍ଗା ଭବାନୀଙ୍କ ନିକଟସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୁନଃ ନାମ ଲେଖାଯିବା ସହିିତ ସ୍କୁଲ ଯିବା ଆସିବା ପାଇଁ ଏକ ସାଇକେଲ ପ୍ରଦାନ କରାଯାଇଥିଲା। ସହିଦ ରଞ୍ଜନ ଦାଶ ସ୍ମୃତି କମିଟୀର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।