ଯବାନଙ୍କୁ ମିଳିଲା ପୁଣି ସଫଳତା, ଜଣେ ନକ୍ସଲ ନିହତ

ଛତିଶଗଡ଼,ଏନ୍ଏନ୍ଏସ୍: ଛତିଶଗଡ଼ ବିଜାପୁର ଜିଲ୍ଲା ଗଙ୍ଗାଲୁର୍ ଥାନା ନିକଟସ୍ଥ ହାଓକା ଜଙ୍ଗଲ ନିକଟରେ ଡିଆରଜି, ସିଆରପିଏଫ୍ ଯବାନମାନେ ମାଓ ବିରୋଧୀ ଅଭିଯାନ ସାରି ଫେରୁଥିବା ବେଳେ ନକ୍ସଲ ଏବଂ ଯବାନ ମୁହାଁମୁହିଁ ହୋଇଥିଲେ। ଯାହାଫଳରେ ଦୁହିଁଙ୍କ ମଧ୍ୟରେ ଗୁଳିବିନିମୟ ପରେ ଜଣେ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ତେବେ ନକ୍ସଲଙ୍କ ଠାରୁ ଗୋଟିଏ ବନ୍ଧୁକ ଓ କିଛି ଅସ୍ତ୍ରଶସ୍ତ୍ର ଜବତ କରିଛି ପୁଲିସ।