ଦୀର୍ଘ ୨ ବର୍ଷ ପରେ ହଟିଲା କଟକଣା, ରବିବାର ଶ୍ରୀଜିଉଙ୍କୁ ଦର୍ଶନ କଲେ ଭକ୍ତ

ପୁରୀ,ଏନ୍ଏନ୍ଏସ୍: ଆଜି ଛୁଟୁଛି ଭକ୍ତଙ୍କ ଭିଡ଼। ଦୀର୍ଘ ୨ ବର୍ଷ ହେବ ରବିବାର ଭକ୍ତଙ୍କ ପାଇଁ ଜଗନ୍ନାଥ ଦ୍ୱାର ବନ୍ଦ ଥିବା ବେଳେ ଆଜି କିନ୍ତୁ ସମସ୍ତ କଟକଣା ହଟିଛି। ଯାହାଫଳରେ ଆଜି ରବିବାରରେ ଭକ୍ତମାନେ ଜଗନ୍ନାଥଙ୍କୁ ସ୍ୱଚକ୍ଷୁରେ ଦର୍ଶନ କରୁଛନ୍ତି।

ଛତିଶା ନିଯୋଗ ବୈଠକର ନିଷ୍ପତ୍ତି ପରେ କେବଳ ଆଜିର ରବିବାର ନୁହେଁ ଏଣିକି ପ୍ରତିଦିନ ଭଳି ପ୍ରତି ରବିବାର ମଧ୍ୟ ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲା ରହିବ।

ଦୀର୍ଘ ଦୁଇବର୍ଷ ଧରି କରୋନା ମହାମାରୀ ଯୋଗୁଁ ଭକ୍ତ ମାନଙ୍କ ପାଇଁ ରବିବାର ଶ୍ରୀମନ୍ଦିର ବନ୍ଦ ରଖାଯାଇ ସାନିଟାଇଜ କରାଯାଉଥିଲା। ଏବେ କୋଭିଡ ସଂକ୍ରମଣ ହ୍ରାସ ପାଉଥିବାରୁ ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିଛି।

ଲୋକମାନେ କିପରି ସାମାଜିକ କଟକଣାକୁ ମାନି ଠାକୁର ଦର୍ଶନ କରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି।