ଜର୍ମାନୀ ପରେ ୟୁଏଇ ପହଞ୍ଚିଲେ ମୋଦୀ

ନୂଆଦିଲ୍ଲୀ: ଜି-୭ ଶିଖର ସମ୍ମିଳନୀରେ ଭାଗ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂଯୁକ୍ତ ଆରବ ଅମୀରତ(ୟୁଏଇ)ର ରାଜଧାନୀ ଦୁବାଇରେ ପହଞ୍ଚିଛନ୍ତି । ସେଠାରେ ୟୁଏଇ ରାଷ୍ଟ୍ରପତି ଜାୟଦ ଅଲ ନାହୟାନ ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ । ଜର୍ମାନୀରୁ ୟୁଏଇ ବାହାରିବା ସମୟରେ ନିଜେ ମୋଦୀ ଟ୍ୱିଟ୍ କରି ଏସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ୟୁଏଇର ପୂର୍ବତନ ରାଷ୍ଟ୍ରପତି ଶେଖ ଖଲିଫା ବିନ ଜାୟଦ ଅଲ ନାହୟନଙ୍କ ନିଧନରେ ବ୍ୟକ୍ତିଗତ ଭାବେ ଶୋକବ୍ୟକ୍ତ କରିବେ ।