ରାମନାଗୁଡ଼ା ବିଡ଼ିଓ କରୋନା ପଜିଟିଭ ଚିହ୍ନଟ ପରେ ବ୍ଲକ କାର୍ୟ୍ୟାଳୟକୁ ୪୮ଘଣ୍ଟା ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ

ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବିଡ଼ିଓ ବେଣୁଧର ଶବର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାମନାଗୁଡ଼ା ବ୍ଲକ କାର୍ୟ୍ୟାଳୟକୁ ୪୮ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା। ଅନ୍ୟପଟେ ଜିଲ୍ଲାରେ ଟେଷ୍ଟିଂକୁ ଜୋର ଦିଆଯାଉଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ତେଣୁ ଏଥିରେ ଭୟଭୀତ ନହେବା ପାଇଁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି। ଏଥିସହିତ ଭୟଭୀତ ନହୋଇ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ବଜାୟ ରଖିବାକୁ ଜିଲ୍ଲାପାଳ କହିଛନ୍ତି।