ଅମୁଲ ପରେ ମଦର ଡେୟରୀ ବଢ଼ାଇଲା କ୍ଷୀର ଦର

ନୂଆଦିଲ୍ଲୀ: ଅମୁଲ ପରେ ମଦର ଡେୟରୀ ମଧ୍ୟ କ୍ଷୀର ଦର ବଢ଼ାଇ ଦେଇଛି । ମଦର ଡେୟରୀ ଦିଲ୍ଲୀ-ଏନସିଆରରେ ଆସନ୍ତାକାଲିଠୁ କ୍ଷୀର ପ୍ରତି ଲିଟର ପିଛା ୨ଟଙ୍କା ବଢ଼ାଇ ଦେଇଛି । ଦିଲ୍ଲୀ-ଏନସିଆର ବ୍ୟତୀତ ହରିୟାଣା, ପଶ୍ଚିମୀ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ୟ କାଲିଠୁ ବର୍ଦ୍ଧିତ ଦର ଲାଗୁ ହେବ ।

ସୁଚନାଯୋଗ୍ୟ, ମଦର ଡେୟରୀ ପୂର୍ବରୁ ଜୁଲାଇ ୨୦୨୧ରେ କ୍ଷୀର ଦର ବଢ଼ାଇ ଥିଲା । ଏହାପରଠୁ ଦୁଗ୍ଧ କ୍ରୟ ୮ରୁ ୯ ପ୍ରତିଶତ ବଢ଼ିଥିବାରୁ ଦର ବଢ଼ାଯାଇଛି ।