ଝାରସୁଗୁଡ଼ା,ଏନ୍ଏନ୍ଏସ୍: ୨୦୧୪ ମସିହାର ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଆଜି ଏଡିଜେ ହର ପ୍ରସାଦ ପଟ୍ଟନାୟକ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହ ୫ହଜାର ଟଙ୍କା ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ କୋଲାବିରା ଅଂଚଳର ଝସକେତନ ଭୋଇ ବୋଲି ସୂଚନା ମିଳିଛି। ମିଳିଥିବା ରିପୋର୍ଟ ମୁତାବକ, ଗତ ୨୦୧୪ ମସିହା ଡିସେମ୍ବର ୧୮ ତାରିଖ ପୀଡ଼ିତା ମହିଳା ଜଣକ ପୋଖରୀକୁ ଯାଇଥିବାବେଳେ ଅଭିଯୁକ୍ତ ଜଣକ ବଳପୂର୍ବକ ତାଙ୍କୁ ଦୁଷ୍କର୍ମ କରିବା ସହ ଘଟଣା ବିଷୟରେ କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ତବେ ମହିଳା ଜଣକ ଏନେଇ ପରିବାର ଲୋକଙ୍କୁ ଜଣାଇବା ସହ କୋଲାବିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।