ଦେଓଘର ଦୁର୍ଘଟଣାର ୪୬ ଘଣ୍ଟା ପରେ ସରିଲା ଉଦ୍ଧାର କାର୍ଯ୍ୟ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ଦେଓଘରରେ ରୋପୱେ ଦୁର୍ଘଟଣାର ୪୬ ଘଣ୍ଟା ପରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଅଧିକ ଉଚ୍ଚ ଓ ପାହାଡ଼ ଦୁର୍ଗମ କାରଣରୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଲା । ରବିବାର ଘଟଣା ଘଟିଥିଲେ ହେଁ ଅନ୍ଧାର ହୋଇଥିବାରୁ ସେଦିନ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରି ନଥିଲା । ଆଜି ଉଦ୍ଧାର ସମୟରେ ରସି ଛିଡ଼ିବା ଯୋଗୁ ଜଣେ ମହିଳା ତଳକୁ ଖସି ପଡ଼ିଥିଲେ । ଆଘାତ ଯୋଗୁ ଫ୍ରାକଚର ହୋଇଥିବାରୁ ସେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେଥିପାଇଁ ମଧ୍ୟ କିଛି ସମୟ ଉଦ୍ଧାର କାର୍ଯ୍ୟ ରୋକି ଦିଆଯାଇଥିଲା । ଉଦ୍ଧାର କାର୍ଯ୍ୟରେ ବାୟୁସେନାର Mi-୧୭ ବିମାନ ବ୍ୟବହାର କରାଯାଇଛି ।

ସୂଚନାଯୋଗ୍ୟ, ରବିବାର ଶ୍ରଦ୍ଧାଳୁଙ୍କ ସହ ଅନେକ ଟ୍ରଲି ଯାତ୍ରା ଆରମ୍ଭ କରିଥିଲା । ହଠାତ୍ ରୋପୱେ କେବଲ ଉପରେ ଭାର ବଢ଼ିବାରୁ ଗୋଟିଏ ରୋଲର ଭାଙ୍ଗି ଯାଇଥିଲା । ଉକ୍ତ ଘଟଣାରେ ୨ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।