ରକ୍ତମୁଖା ଭାଇ: ବଡ଼ ଭାଇର ପୁରା ପରିବାରକୁ ନିର୍ମମ ହତ୍ୟା ପରେ ଆତ୍ମସମର୍ପଣ

କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ଭାଇ ହେଲା ରକ୍ତ ମୁଖା, ବଡ଼ ଭାଇର ପୁରା ପରିବାରକୁ ହାଣି ଦେଇ ସାନଭାଇର ଆତ୍ମ ସମର୍ପଣ ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଳମ୍ବିତ ରାତ୍ରିରେ ସାନଭାଇ ଜମିଜମା ବିବାଦ ଓ ପାରିବାରିକ ଶତ୍ରୁତା ପାଇଁ ବଡ଼ ଭାଇ ପରିବାରର ୫ ଜଣଙ୍କୁ ହତ୍ୟା କରିଥିଲା। ପାଖ ପଡୋଶୀ କେହି ଟେର ପାଇଲେ ନାହିଁ। ସାନ ଭାଇ ଶିବ ପ୍ରସାଦ ସାହୁ ଯିଏ କି ପେଶାରେ ଜଣେ ଡ୍ରାଇଭର। ସାନ ଭାଇ କୌଣସି କାରଣକୁ ନେଇ ବଡ଼ ଭାଇ ଅଲେଖ ସାହୁ, ଭାଉଜ ରଶ୍ମି ସାହୁ, ଝିଆରି ପାୟଲ, ପୁତୁରା ଗୁଡୁ ଓ ଟୁଡୁକୁ ମାରଣାସ୍ତ୍ର ଦ୍ୱାରା ହାଣି ହତ୍ୟା କରିଛି।

Acused

ଆଜି ସକାଳୁ ଏହି ଘଟଣା ଚାରିଆଡେ ଖେଳିଯିବା ପରେ ସାଲେପୁର ଏସ୍‌ଡ଼ିପିଓ, ମାହାଙ୍ଗା ଆଇଆଇସି, ତହସିଲଦାର ପ୍ରମୁଖ ଘଟଣାସ୍ତଳୀରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛନ୍ତି। ଖଣ୍ଡା ଚୋଟରେ ଏମାନଙ୍କୁ ହତ୍ୟା କରାଯିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ବନ୍ଦ କୋଠରୀ ଭିତରୁ ମୃତକମାନଙ୍କ ଶବ ପୁଲିସ ଜବତ କରିଥିଲା ବେଳେ ହତ୍ୟାକରୀ ଶିବ ପୁଲିସ ଆଗରେ ନିଜର ଦୋଷ ସ୍ୱିକାର କରିଛି।

Murder Spot

ସମ୍ପତ୍ତି ବିବାଦକୁ ନେଇ ପରିବାର ଭିତରେ ଦୀର୍ଘଦିନ ହେଲା ତିକ୍ତତା ଲାଗି ରହିଛି। ବଡ଼ ଭାଇ ସାନ ଭାଇକୁ ଘରେ ପୁରାଇ ନଦେବାରୁ ଘରଭଡା ନେଇ ବାହାରେ ରହୁଥିଲା ଶିବ। ତେବେ ଏମାନଙ୍କ ଭିତରେ ଭୟଙ୍କର ତିକ୍ତତା ଯୋଗୁ ଶିବ ରକ୍ତମୁଖା ପାଲଟି ଯାଇଥିଲା ଓ ବଡ଼ଭାଇର ପରିବାରକୁ ଖଣ୍ଡାରେ ହାଣି ନିପାତ କରି ଶେଷରେ ନିଜକୁ ମାନସିକ ବିକାରଗ୍ରସ୍ତ କହି ଆତ୍ମ ସମର୍ପଣ କରିଥିବା ଜଣାପଡିଛି। ଅପରପକ୍ଷରେ ଜଣେ ଡ୍ରାଇଭର କେବେ ମାନସିକ ବିକାରଗ୍ରସ୍ତ ହୋଇପାରେନା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।