ଆମେରିକୀୟ ସେନା ପ୍ରତ୍ୟାହାର ପରେ ଭାରତକୁ ସହାୟତା ମାଗିଲା ଆଫଗାନିସ୍ତାନ

ନୂଆଦିଲ୍ଳୀ,ଏଜେନ୍ସି: ଆଫଗାନିସ୍ତାନରୁ ଆମେରିକୀୟ ସେନା ପ୍ରତ୍ୟାହାର ହେବା ପରେ ଲଗାତାର ସ୍ଥିତି ଖରାପ ଆଡ଼କୁ ଗତି କରୁଛି। ଆଫଗାନିସ୍ତାନ ଏହାରି ମଧ୍ୟରେ ଭାରତକୁ ସହାୟତା ମାଗିଛି। ମଙ୍ଗଳବାର ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ମହମ୍ମଦ ହନୀଫ ଅତମାର ନିଜର ଭାରତୀୟ ସମକକ୍ଷ ଏସ୍ ଜୟଶଙ୍କରଙ୍କ ସହିତ ଫୋନ୍‌ରେ କଥା ହୋଇଛନ୍ତି। ସେ ଜୟଶଙ୍କରଙ୍କ ଠାରୁ ନିଜ ଦେଶରେ ତାଲିବାନ ଦ୍ୱାରା କରାଯାଉଥିବା ହିଂସା ଏବଂ ମାନବାଧିକାରୀ ଉଲ୍ଲଂଘନ ଘଟଣାକୁ ରୋକିବା ପାଇଁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଜରୁରୀକାଳୀନ ବୈଠକ ଡାକିବା ଆଶଙ୍କା ଉପରେ ଆଲୋଚନା କରିଛନ୍ତି।

ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ କହିଛନ୍ତି ଯେ, ଯୁଦ୍ଧଗ୍ରସ୍ତ ଦେଶରେ ତାଲିବାନ ଓ ବିଦେଶ ଆତଙ୍କବାଦୀ ସମୂହର ଆକ୍ରମଣରେ ଦେଶର ସ୍ଥିତି ବିଗୁଡ଼ୁଛି। ଏଥି ସହିତ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ବୈଠକ ଡାକିବାକୁ ଆହ୍ୱାନ କରିଛନ୍ତି। ଅତମାର ଟୁଇଟ କରିଛନ୍ତି ଯେ, ଭାରତୀୟ ବିଦେଶ ମନ୍ତ୍ରୀ ଡ. ଜୟଶଙ୍କରଙ୍କ ସହିତ ଆଫଗାନିସ୍ତାନର ସ୍ଥିତି ଉପରେ ସଂଯୁକ୍ତ ପରିଷଦର ଜରୁରୀକାଳୀନ ବୈଠକ ଡାକିବା ସଂପର୍କରେ ଚର୍ଚ୍ଚା କରିଛନ୍ତି।