ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଆମ୍ବେଦକର ଦିବସ ପାଳିତ

ଟିଟିଲାଗଡ଼,ଏନ୍‌ଏନ୍‌ଏସ୍‌: ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ୧୩୧ତମ ଆମ୍ବେଦକର ଜୟନ୍ତୀ ସ୍ଥାନୀୟ ସଂଘ କାର୍ଯ୍ୟାଳୟର ସଭା ଗୃହରେ ପାଳିତ ହୋଇଯାଇଛି । ଟିଟିଲାଗଡ଼ ବ୍ଲକ ସଭାପତି ପଦ୍ମନ୍ ପ୍ରାଧାନୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜଙ୍ଗଲ ବିଭାଗ ହରିଶଙ୍କର ରେଞ୍ଜର ଅଧିକାରୀ ଗିରିଧାରୀ ନାଗ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଖୋଲାନ ସିଏଚସିର କ୍ଷିରୋଦ୍ର ମାଝୀ, ଗୀତାଞ୍ଜଳି ଭୋଇ ଓ ମୁଖ୍ୟବକ୍ତା ରୂପେ ସଂଘର ଜିଲ୍ଲା ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା ଯୋଗ ଦେଇଥିଲେ । ଉପସ୍ଥିତ ଅତିଥିବୃନ୍ଦ ବାବା ସାହେବ ଆମ୍ବେଦକରଙ୍କ ଦେଶ ଓ ଦଳିତଙ୍କ ପ୍ରତି ଥିବା ଅବଦାନର ସ୍ମୃତିଚାରଣ କରିଥିଲେ । ଟିଟିଲାଗଡ଼ ବ୍ଲକ ତଥା ଆଖପାଖ ଅଞ୍ଚଳର ବହୁ ଆଦିବାସୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଟିଟିଲାଗଡ଼ ବ୍ଲକ୍ ସଂଘ ସମ୍ପାଦକ ସୁନିଲ ମାଝୀ, ଯୁବରାଜ ମାଝୀ, ଇନ୍ଦ୍ରମଣି ମାଝୀ, ପୃଥ୍ୱୀରାଜ ମାଝୀ ଓ ଥବିର ପୁଝାରୀ ପ୍ରମୁଖ ଉପସ୍ଥିତ ଥିଲେ ।