ନୂଆଦିଲ୍ଲୀ: ଦେଶର ପ୍ରଥମ ସୂର୍ଯ୍ୟ ମିଶନ ‘ଆଦିତ୍ୟ ଏଲ୧’ ନିଜ ଲକ୍ଷ୍ୟସ୍ଥଳୀ ଦିଗରେ ଅଗ୍ରସର ହେଉଛି । ଇତିମଧ୍ୟରେ ପୃଥିବୀ-ସୂର୍ଯ୍ୟ ଏଲ୧ ପଏଣ୍ଟ ପାଇଁ ଯିବାକୁ ଥିବା ‘ଆଦିତ୍ୟ ଏଲ ୧’ ପୃଥିବୀ ଓ ଚନ୍ଦ୍ରମାର ସେଲ୍ଫୀ ଓ ଫଟୋ ଉଠାଇ ନେଇଛି । ଏନେଇ ଇସ୍ରୋ ପକ୍ଷରୁ ସୋସିଆଲ ମିଡିଆ ସାଇଟ ‘ଏକ୍ସ’ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହାପୂର୍ବରୁ ‘ଆଦିତ୍ୟ ଏଲ ୧’ ପୃଥିବୀର କକ୍ଷ ସମ୍ବୋଧିତ ଦ୍ୱିତୀୟ ପ୍ରକ୍ରିୟା ସଫଳତାପୂର୍ବକ ପୂରଣ କରାଯାଇଛି ।
ଇସ୍ରୋ ଶ୍ରୀହରିକୋଟାରୁ ସେପ୍ଟେମ୍ବର ୨ ତାରିଖରେ ସୋଲାର ମିଶନର ଲଞ୍ଚ କରିଥିଲା । ‘ଆଦିତ୍ୟ ଏଲ୧’କୁ ସୂର୍ଯ୍ୟ-ପୃଥିବୀ ମଧ୍ୟରେ ଏଲ୧ ପଏଣ୍ଟରେ ସ୍ଥାପିତ କରାଯିବ ଏବଂ ଲଞ୍ଚ ହେବା ପରେ ପହଞ୍ଚିବାକୁ ୧୨୫ ଦିନ ଲାଗିବ । ଏହା ପରେ ହିଁ ‘ଆଦିତ୍ୟ ଏଲ ୧’ ସୂର୍ଯ୍ୟ ଉପରେ ରିସର୍ଚ୍ଚ କରିବ ।