ଅହମ୍ମଦାବାଦ,ଏନ୍ଏନ୍ଏସ୍: ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ(ଏଏଆଇ) ତରଫରୁ ଗୁଜୁରାଟର ଅହମ୍ମଦାବାଦରେ ଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତୀୟ ବିମାନ ବନ୍ଦରକୁ ଆଦାନି ଗ୍ରୁପକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ହୋଇଛି। ଏଥିସହିତ ଏହି ବିମାନ ବନ୍ଦରର ସମସ୍ତ ପରିଚାଳନା ଏକ ଘରୋଇ କମ୍ପାନୀକୁ ହସ୍ତାନ୍ତର କରାଯିବ। ଏନେଇ ଆଜି ରାତ୍ରିରେ ବିମାନ ବନ୍ଦର ହସ୍ତାନ୍ତର ସମାରୋହ ଅନୁଷ୍ଠିତ ହେବ।
ଏଥିସହିତ ଏହି ବିମାନ ବନ୍ଦରର ନାମକୁ ବଦଳାଇ ଆଦାନି ଅହମ୍ମଦାବାଦ ଆନ୍ତର୍ଜାତୀୟ ବିମାନ ବନ୍ଦର(ଏଏଆଇଏଏଲ୍) ରଖାଯିବ। ଆଜି ରାତିର ହସ୍ତାନ୍ତର ସମାରୋହ ପରେ ଏହି ଅହମ୍ମଦାବାଦ ବିମାନ ବନ୍ଦର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ ବୋଲି କୁହାଯାଇଛି।