ହୋଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଅଭିନେତ୍ରୀ ଭି.ଜେ ଚିତ୍ରାଙ୍କ ମୃତଦେହ ଉଦ୍ଧାର

ଚେନ୍ନଇ,ଏଜେନ୍ସି: ତାମିଲ ଟିଭି ଅଭିନେତ୍ରୀ ଭି.ଜେ ଚିତ୍ରାଙ୍କ ମୃତଦେହ ଏକ ହୋଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କ ମୃତ୍ୟୁ ଖବର ଶୁଣି ସାଉଥ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଭିଜେ ଚିତ୍ରାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲା।

କୁହାଯାଉଛି ଯେ, ଚିତ୍ରା ରାତି ପ୍ରାୟ ୨ଟା ୩୦ ସମୟରେ ସୁଟିଂ ସାରି ହୋଟେଲକୁ ଫେରିଥିଲା। ସେ ତାଙ୍କ ସ୍ବାମୀଙ୍କ ସହ ହୋଟେଲରେ ରହୁଥିଲେ। ସେ ନିକଟରେ ଚେନ୍ନଇର ଜଣେ ବଡ ବ୍ୟବସାୟୀ ହେମନ୍ତ ରବିଙ୍କୁ ବିବାହ କରିଥିଲେ।
ଚିତ୍ରାଙ୍କ ସ୍ବାମୀ ହେମନ୍ତ ପୁଲିସକୁ କହିଛନ୍ତି ଯେ, ସୁଟିଂ ସାରି ଚିତ୍ରା ହୋଟେଲରେ ପହଞ୍ଚିବା ପରେ ଗାଧୋଇବାକୁ ଯାଇଥିଲେ। ସେ ଅଧିକ ସମୟ ଗାଧୁଆ ଘରେ ରହିବାରୁ ହେମନ୍ତ ଏନେଇ ହୋଟେଲ କର୍ମଚାରୀଙ୍କୁ ଜଣାଇଥିଲେ। ନକଲ ଚାବିରେ କବାଟ ଖୋଲିବା ପରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ପୁଲିସ ଚିତ୍ରାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।