ଅର୍ବାନ ଗଭର୍ଣ୍ଣାନ୍ସ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ

ଭୁବନେଶ୍ୱର,ଏଜେନ୍ସି: ପ୍ରଜା ଫାଉଣ୍ଡେସନ ପକ୍ଷରୁ ହୋଇଥିବା ସର୍ଭେରେ ଅର୍ବାନ ଗଭର୍ଣ୍ଣାନ୍ସରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ୫୬.୮୬ ପଏଣ୍ଟ ହାସଲ କରି ଓଡ଼ିଶା ଦେଶର ପ୍ରଥମ ସ୍ଥାନ ଅକ୍ତିଆର କରିଛି। ସେହିପରି ଦ୍ୱିତୀୟରେ ମହାରାଷ୍ଟ୍ର, ତୃତୀୟରେ ଛତିଶଗଡ଼, ଚତୁର୍ଥରେ କେରଳ ଓ ପଞ୍ଚମରେ ମଧ୍ୟପ୍ରଦେଶ ଥିବା ଜଣାପଡିଛି। ଶେଷ ୨ଟି ସ୍ଥାନରେ ମଣିପୁର ଓ ନାଗାଲାଣ୍ଡ ରହିଛନ୍ତି।

ସେହିଭଳି ଅନ୍ୟ ଏକ ବିଭାଗ ସଶକ୍ତ ନାଗରିକରେ ବି ଓଡ଼ିଶାକୁ ପ୍ରଥମ ସ୍ଥାନ ମିଳିଛି। ୧୯.୫୦ ପଏଣ୍ଟ ହାସଲ କରି ଓଡ଼ିଶା ଏହି ବିଭାଗରେ ମଧ୍ୟ ପ୍ରଥମ ସ୍ଥାନ ହାସଲ କରିଛି। ସେହିଭଳି ନଗର ପ୍ରଶାସନରେ ଓଡିଶାକୁ ତୃତୀୟ ସ୍ଥାନ ମିଳିଥିବାବେଳେ ୫.୧୦ପଏଣ୍ଟ ହାସଲ କରିଛି। ନଗର ନିର୍ବାଚିତ ଜନପ୍ରତିନିଧି ଓ ବ୍ୟବସ୍ଥାପିକା ଶୈଳୀରେ ମଧ୍ୟ ଓଡ଼ିଶାକୁ ତୃତୀୟ ସ୍ଥାନ ମିଳିଛି।