ଫୁଲବାଣୀ,ଏନ୍ଏନ୍ଏସ୍: ବିଳମ୍ବିତ ରାତିରେ ଭୋଜି ଖାଇ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା। ଟ୍ରକକୁ ପଛ ପଟୁ ଧକ୍କା ଦେଲା ଓମିନି ଭ୍ୟାନ୍। ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଫୁଲବାଣୀ ସଦର ଥାନା ଅନ୍ତର୍ଗତ ତାଳପଡାରେ।
ସୂଚନା ଅନୁସାରେ, ତାଳପଡାରୁ ଭୋଜି ଖାଇ ନିଜ ଘରକୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଏଭଳି ଦୁର୍ଘଟଣା ଘଟିଛି। ତେବେ ଓମିନି ଭ୍ୟାନରେ ୧୦ ଜଣ ରହିଥିଲେ। ତେବେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା।
ଅନ୍ୟ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ହେଲେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି ମୃତକଙ୍କ ମଧ୍ୟରେ ଦୁଇ ଜଣ ଛୋଟ ପିଲା ଥିବା ଜଣାପଡିଛି।