ଅଟୋ-ବାଇକ ମୁହାଁମୁହିଁ ଧକ୍କା : ୧ମୃତ

ବାଲିଗୁଡା,ଏନ୍ଏନ୍ଏସ୍ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଡଡ଼ଙ୍ଗ ନିକଟ ଜାତୀୟ ରାଜପଥ ଏନଏଚ ୫୯ରେ ଏକ ଅଟୋ ସହ ବାଇକର ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି।

ଘଟଣା ଅନୁଯାୟୀ, ବାଲିଗୁଡା ବ୍ଲକ ବାରଖମା ଗ୍ରାମର ଦୀନବନ୍ଧୁ ପାତ୍ର ଏକ ବାଇକ ଯୋଗେ ଜଲେଶପଟା ସ୍ଥିତ ନିଜ ଭାଇ ଘରକୁ ଶୀତଳ ଷଷ୍ଠୀ ଯାତ୍ରା ଦେଖିବା ପାଇଁ ଯିବା ସମୟରେ ଏକ ଅଟୋ ସହ ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ପାତ୍ରଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳରେ ତୁମୁଡ଼ିବନ୍ଧ ଥାନା ଅଧିକାରୀ ବାବାଶଙ୍କର ସରାଫ ପହଞ୍ଚି ଶବକୁ ଜବତ କରି ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି ।