ଦୁର୍ଘଟଣାରେ ପୋଲିସ କନେଷ୍ଟବଲ ଗୁରୁତର

ରାୟଗଡା,ଏନ୍ଏନ୍ଏସ୍ : ସାଇ ଇଂଟରନ୍ୟାସନାଲ ଛକ ନିକଟରେ ରାୟଗଡା ପୋଲିସ ତରଫରୁ ଯାନବାହନ ଯାଂଚ ଚାଲୁଥିବା ସମୟରେ ରିଜର୍ଭ ବାଟାଲିୟନ ପୋଲିସର କନେଷ୍ଟବଲ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଭାବେ ଆହତ ହୋଇଛନ୍ତି।

ସୂଚନାରୁ ପ୍ରକାଶ, ଯାନବାହାନ ଯାଂଚ ଚାଲିଥିବା ସମୟରେ ରାୟଗଡା ଠାରୁ ପଦ୍ମପୁର ଅଭିମୁଖେ ଯାଉଥିବା ଚିନ୍ମୟ ଲାବଲା ସାଇ ଇଂଟରନ୍ୟାସନାଲ ଛକ ଠାରେ ଚେକିଂ ଚାଲୁଥିବା ଦେଖି ହଡବଇ ଯାଇଥିଲେ।  କାର୍ଯ୍ୟରତ କନେଷ୍ଟବଲ ଦିପକ ଗୌଡ ଚିନ୍ମୟଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଚିନ୍ମୟ ନିଜର ନିୟନ୍ତ୍ରଣ ହରାଇ ମୋଟର ସାଇକଲକୁ ଦିପକ ଗୌଡ ଉପରକୁ ଚଢାଇ ଦେଇଥିଲେ। ତୁରନ୍ତ ଦିପକ ଗୌଡଙ୍କୁ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଏସ.ପି ଡଃ ଶ୍ରବଣ ବିବେକ ଏମ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଦିପକ ଗୌଡଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଏଥି ସହ ଦିପକଙ୍କ ବାପାଙ୍କୁ ଚିକିତ୍ସାରେ କୌଣସି ପ୍ରକାର ଅବହେଳା କରାଯିବ ନାହିଁ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ।