ସ୍କୁଲକୁ ମଧ୍ୟାହ୍ନ ଭୋଜନ ଚାଉଳ ଆଣିବାକୁ ଯାଉଥିବାବେଳେ ଦୁର୍ଘଟଣା, ଜଣେ ଛାତ୍ର ଓ ଜଣେ ଅଭିଭାବକ ମୃତ

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ବାଙ୍ଗିରିପୋଷି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସ୍କୁଲକୁ ମଧ୍ୟାହ୍ନ ଭୋଜନ ଚାଉଳ ଆଣିବାକୁ ଯାଉଥିବାବେଳେ ଅଘଟଣ ଘଟିଛି। ଏକ ଅଟୋରେ ବିଶୋଇରୁ ଶୁଳିଆପଦାକୁ ୧୨ ଜଣ ଯାଉଥିବାବେଳେ ଟ୍ରକଟି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ସ୍କୁଲ ଛାତ୍ର ଓ ଅନ୍ୟ ଜଣେ ଅଭିଭାବକ ଥିବା ସୂଚନା ମିଳିଛି।

ସେହିପରି ଅଟୋରେ ଥିବା ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଛାତ୍ରମାନେ ଅଭିଭାବକଙ୍କ ସହ ମଧ୍ୟାହ୍ନ ଭୋଜନ ଚାଉଳ ଆଣିବାକୁ ଯାଉଥିବାବେଳେ ଜାତୀୟ ରାଜପଥ ୪୯ର ବାଙ୍ଗିରିପୋଷି ଘାଟିରେ ଅଟୋକୁ ଟ୍ରକ ଧକ୍କା ଦେଇଥିଲା। ଦୁର୍ଘଟଣାପରେ ଟ୍ରକଟି ଓଲଟି ପଡ଼ିଥିଲା।