ବ୍ରହ୍ମପୁର,ଏନ୍ଏନ୍ଏସ୍: ବ୍ରହ୍ମପୁରରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ବିଦ୍ୟୁତ୍ ଟ୍ରାନ୍ସଫରମରକୁ ମାଛ ବୋଝେଇ ଟ୍ରକ୍ ପଛପଟୁ ଧକ୍କା ଦେବା ଫଳରେ ସର୍ଟସର୍କିଟରେ ଉଭୟ ଟ୍ରକ୍ ଡ୍ରାଇଭର ଓ ସୁପରଭାଇଜରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ ଗତକାଲି ବ୍ରହ୍ମପୁର ଅନ୍ତରାୟପୁରରେ ଏକ ଟ୍ରକ୍ ମାଛ ବୋଝେଇ ପାଇଁ ଆସିଥିବା ବେଳେ ଗାଡି ବ୍ୟାକ୍ କରିବା ସମୟରେ ବିଦ୍ୟୁତ୍ ଟ୍ରାନ୍ସଫରମର ସହ ଧକ୍କା ହୋଇଥିଲା।
ଗ୍ରାମବାସୀ ଘଟଣା ସମ୍ପର୍କରେ ବିଦ୍ୟୁତ୍ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଉଦ୍ଦାର କରିବା ସହିତ ଆଉ ଜଣେ ଆହାତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିବା ଜଣାପଡିଛି।