ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ, ୨ ଗୁରୁତର

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ଥାନା ରେଙ୍ଗାଳବେଡା ଗ୍ରାମ ନିକଟସ୍ଥ ହନୁମାନ ଛକ ନିକଟରେ ୪୦୭ ଟ୍ରକ୍ ସହ ବାଇକ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଆହତ ହୋଇ ଦେବଗଡ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ହନୁମାନ ଛକ ଠାରେ ଥିବା ଇଟା ଫେକ୍ଟ୍ରି ରୁ ଏକ ୪୦୭ ଟ୍ରକ୍ ବାହାରୁ ଥିବା ବେଳେ ରତାଖଣ୍ଡି ଗ୍ରାମରୁ ବାଇକରେ ଧର୍ମେନ୍ଦ୍ର ସାହୁ, ନାଥ ସାହୁ, ସ୍ନେହଲତା ସାହୁ ଦେବଗଡ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଧର୍ମେନ୍ଦ୍ରଙ୍କର ମୃତ୍ୟୁ ହୋଇଥିବାବେଳେ ନାଥ ସାହୁ ଓ ସ୍ନେହଲତା ସାହୁ ଗୁରୁତର ଭାବେ ଆହତ ହୋଇଥିଲେ।