ବଲାଙ୍ଗିର, ଏନ୍ଏନ୍ଏସ୍ : କରୋନା ସଂକ୍ରମଣରେ ବଲାଙ୍ଗିର ଗାନ୍ଧୀନଗରପଡ଼ା ନିବାସୀ ଅବକାରୀ ଏସଆଇ ବଳରାମ ସାହୁ(୫୯)ଙ୍କ ଆଜି ପରଲୋକ ହୋଇଛି। କରୋନା ଆକ୍ରାନ୍ତ ହେବାପରେ ସେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସୂଚନା ଅନୁସାରେ ଗତ କିଛି ଦିନ ତଳେ କରୋନା ଆକ୍ରାନ୍ତ ହେବାପରେ ସେ ବଲାଙ୍ଗିରର କିମସି କୋଭିଡ ହସ୍ପିଟାଲରେ ଚିକିତ୍ସତ ହେଉଥିଲେ । ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଜି ତାଙ୍କର ପରଲୋକ ହୋଇଛି।