ବରଗଡ଼, ଏନ୍ଏନ୍ଏସ୍: ଜିଲ୍ଲା ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ବିଦେଶୀ ମଦ , ରନ୍ଧା ମଦ ଜବତ କରିବା ସହ ୩ ଜଣଙ୍କୁ ଅଟକ ରଖିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ବରପାଲି ଥାନା ରକ୍ସା, ଜୁଲପିଆପାଲି ଏବଂ ବରଗଡ଼ ହଲଦୀପାଲି ନିକଟସ୍ଥ ଜୟ ଭୋଲେ ଢ଼ାବା , ବାଲିଜୁରୀ ଢ଼ାବାରେ ଅତର୍କିତ ଭାବରେ ଚଢ଼ଉ କରିଥିଲା ।
ଚଢ଼ଉ ସମୟରେ ସେମାନଙ୍କଠାରୁୁ ୮.୮୫୦ ଲିଟର ବିଦେଶୀ ମଦ , ୧୯.୩୦୦ ଲିଟର ବିୟର, ୮ ଲିଟର ବାହାର ଭାଟି ମଦ , ୨୫ ଲିଟର ରନ୍ଧା ମଦ ଜବତ କରିବା ସହ ମହୁଲି ପୋଚ ନଷ୍ଟ କରିଥିଲା । ଏହି ମାମଲାରେ ୩ ଜଣଙ୍କୁ ଅଟକ ରଖିଥିଲା । ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୋବାଇଲ ସବଇନ୍ସପେକ୍ଟର ଚନ୍ଦନ କୁମାର ମଣ୍ଡଳଙ୍କ ନେତୃତ୍ୱରେ ଦିଲୀପ ଦାଶ, ସରସ୍ୱତୀ ବାଞ୍ଚର, ମୁକେଶ ବିଶ୍ୱାଲ, ସାଗରିକା ବଗାର, ଚନ୍ଦ୍ରକାନ୍ତ ଭୋଇ , ବିନୋଦ ତିର୍କୀ, ଅବିନାଶ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ।