ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଠ ଶିକ୍ଷାବିଦ ଅବନିକାନ୍ତ କୁଅଁରଙ୍କ ଆଜି ୭୮ ବର୍ଷ ବୟସରେ ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଆଜି ଭୋରରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାରଲୋକେ ତାଙ୍କୁ କଟକ ସ୍ଥାନାନ୍ତର କରିଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ମଧ୍ୟାହ୍ନରେ ତାଙ୍କ ମରଶରୀରକୁ ପ୍ରଧାନପାଟ ସ୍ଥିତ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିବାବେଳେ ତାଙ୍କ ପୁଅ ସୁନୀଲ ମୁଖାଗ୍ନି ଦେଇଥିଲେ। ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ ଶେଷଦର୍ଶନ କରିଥିଲେ।