ଆଜି ବି ଜେଲରୁ ମୁକୁଳିବେନି ଆର୍ୟ୍ୟନ ଖାନ୍

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଜାମିନ ମିଳିବାର ଦ୍ୱିତୀୟ ଦିନରେ ମଧ୍ୟ ଶାହରୁଖ ଖାନଙ୍କ ପୁଅ  ଆର୍ୟ୍ୟନ ଖାନ୍ ଜେଲରୁ ମୁକୁଳି ପାରିନାହାନ୍ତି। ରିପୋର୍ଟ ମୁତାବକ, ବେଲ ଅର୍ଡର କପି ବମ୍ବେ ହାଇକୋର୍ଟରୁ ଆସିବା ପରେ ସେସନ କୋର୍ଟରେ ବେଲ ବଣ୍ଡ ଭରିବା ପ୍ର୍ରକିୟା ହୋଇଥିଲା । କିନ୍ତୁ ଆର୍ଥର ରୋଡ ଜେଲର ଜାମିନ ପେଟିରେ ଜମା ହୋଇପାରିନଥିଲା। ଫଳରେ ଆର୍ୟ୍ୟନ ଶନିବାର ସକାଳୁ ଜେଲରୁ ମୁକୁଳିବେ ବୋଲି ଜଣାପଡ଼ିଛି।

ଆର୍ଥର ରୋଡ ଜେଲର ସୁପରିଟେଣ୍ଡେଣ୍ଟ ନୀତିନ ବାୟଚାଲ କହିଛନ୍ତି ଯେ, ଜେଲରୁ ମୁକୁଳିବା ପାଇଁ ବେଲ ଅର୍ଡରର ମୁଖ୍ୟ କପି ଜେଲର ବେଲ ବାକ୍ସରେ ଜମା କରିବାକୁ ପଡ଼ିଥାଏ। ଆର୍ୟ୍ୟନଙ୍କ ବେଲ କପି ପାଇଁ ସଂଧ୍ୟା ୫ଟା ୩୫ ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥିଲା। କିନ୍ତୁ ତାହା ପହଂଚି ପାରିଲାନି। ସେଥିପାଇଁ ଆର୍ୟ୍ୟନ କାଲି ଜେଲରୁ ମୁକୁଳିବେ।