ଶେଷରେ ଶାହରୁଖଙ୍କ ପୁଅକୁ ମିଳିଲା ଜାମିନ

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ୟ୍ୟନ ଖାନଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଆର୍ୟ୍ୟନଙ୍କ ସମେତ ଅରବାଜ ମର୍ଚ୍ଚେଣ୍ଟ ଓ ମୁନମୁନ ଧମେଚାଙ୍କୁ ମଧ୍ୟ ଜାମିନ ମିଳିଯାଇଛି। ଏଥିସହିତ କାଲି ବମ୍ବେ ହାଇକୋର୍ଟ ଜାମିନ ଆଦେଶ କପି ପ୍ରଦାନ କରିବେ। ଫଳରେ ଆର୍ୟ୍ୟନ, ଅରବାଜ ଓ ମୁନମୁନ କାଲି କିମ୍ବା ଶନିବାର ଜେଲରୁ ମୁକୁଳିବେ ବୋଲି ସୂଚନା ମିଳିଛି।