‘ଆରୋଗ୍ୟ ସେତୁ ମିତ୍ର’ ପୋର୍ଟାଲରେ ଘରେ ବସି ମିଳିବ ସ୍ୱାସ୍ଥ୍ୟସେବା

ନୂଆଦିଲ୍ଲୀ: ଆରୋଗ୍ୟ ସେତୁ ଆପ୍ ପ୍ରସ୍ତୁତ କରିଥିବା ନୀତି ଆୟୋଗ ଏବେ ଆରୋଗ୍ୟ ସେତୁ ପୋର୍ଟାଲ ଲଞ୍ଚ କରିଛି। ଟାଟା ଗ୍ରୁପ୍ ଓ ଟେକ ମହିନ୍ଦ୍ରା ଭଳି କମ୍ପାନୀ ସହ ମିଶି ସରକାର ଏହି ପ୍ରୟାସ ଆରମ୍ଭ କରିଛନ୍ତି। ଘରେ ରହି ଲୋକଙ୍କ ପାଖରେ ସମସ୍ତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ହେଉଛି ଏହାର ଉଦ୍ଦେଶ୍ୟ। ଏଥିରେ ଲୋକେ ଘରେ ବସି ଲ୍ୟାବ୍ ଟେଷ୍ଟିଂ ପାଇଁ ବୁକିଂ କରିବା ସହ ଆବଶ୍ୟକୀୟ ଔଷଧ ଓ ଡାକ୍ତରଙ୍କ ପରାମର୍ଶ ମଧ୍ୟ ପାଇପାରିବେ। ଆରୋଗ୍ୟ ସେତୁ ମିତ୍ର ପୋର୍ଟାଲ ଆରୋଗ୍ୟ ସେତୁ ଆପ୍ ମାଧ୍ୟମରେ ବ୍ୟବହାର କରାଯାଇପାରିବ।