କେଏମଆରଏସରେ ‘ଆମେ ଜାଣିବା ଆମେ ଜିଣିବା’ କାର୍ଯ୍ୟକ୍ରମ

ରାଇକିଆ,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ରାଇକିଆ କଳିଙ୍ଗ ମଡେଲ ରେସିଡେନ୍ସିଆଲ ବିଦ୍ୟାଳୟରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ନେଇ ଅଭିନବ କାର୍ଯ୍ୟକ୍ରମ ‘ଆମେ ଜାଣିବା ଆମେ ଜିଣିବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରିନ୍ସିପାଲ୍ ଜଗଦୀଶ ମହାକୁଡ଼ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଦ୍ୱାରା ଛାତ୍ରଛାତ୍ରୀ ଉପକୃତ ହେବେ ଏବଂ ବିଭିନ୍ନ ବିଭାଗ ବିଶେଷ କରି ଜଙ୍ଗଲ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ସମନ୍ୱିତ ଶିଶୁ ବିକାଶ ଯୋଜନାର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଏ ଦିଗରେ ଜ୍ଞାନ ଆହରଣ କରିବା ସହ ଭବିଷ୍ୟତରେ ଉଚ୍ଚ ଶିକ୍ଷା ହେଉ କିମ୍ବା ବିଭିନ୍ନ କ୍ଷେତ୍ରରେ ଏହାର ଉପଯୋଗୀତା କରିପାରିବେ । ଛାତ୍ରଛାତ୍ରୀଙ୍କ ଉତ୍କର୍ଷତା ହାସଲରେ ଅଭିବାବକଙ୍କ ଭୂମିକା କିପରି ରହିବ ସେସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିଥିଭାବେ ବିଡିଓ ଶରତ ପାତ୍ର, ବ୍ଲକ୍ ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା, ଏଡିଡବ୍ଲ୍ୟୁଇଓ ଉମେଶ ପ୍ରଧାନ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଉର୍ମିଳା ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ସରସ୍ୱତୀ ପ୍ରଧାନ ଓ ପିଟିଏ ସଭାପତି ସୁରେଶ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ୨୦୦ରୁ ଊର୍‌ଦ୍ଧ୍ୱ ଅଭିଭାବକ ଯୋଗ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଲିପିକା ସ୍ୱାଇଁ ମଞ୍ଚ ପରିଚାଳନା କରିଥିବାବେଳେ ଅଲେଖ ପ୍ରଧାନ, ନରେଶ କହଁର, ଡେଜଲିନ ପ୍ରଧାନ, ମଧୁକା ପ୍ରଧାନ ଓ ଦିବ୍ୟ ପ୍ରକାଶ ସାହୁ ସହଯୋଗ କରିଥିଲେ ।