ହାତୀ ଆକ୍ରମଣରେ ମହିଳା ଆହତ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଖୋର୍ଦ୍ଧା ଟାଙ୍ଗୀ ବନବିଭାଗ ଅନ୍ତର୍ଗତ ହଜ ପଞ୍ଚାୟତ କାଳଚୁଆପାଟଣା ଗାଁ’ରେ ହାତୀ ଆତଙ୍କ ଦେଖାଦେଇଛି। ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଲେ ରଞ୍ଜନା ସାହୁ(୪୫)। ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।