କୋଲକାତା: ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ମାମଲାରେ ହୋଇଥିବା ଘୋଟାଲା ସହ ଜଡ଼ିତ ପାର୍ଥ ଚାଟ୍ଟାର୍ଜୀଙ୍କ ଉପରେ ଜଣେ ମହିଳା ଚପଲ ଫିଙ୍ଗିଛନ୍ତି । ପାର୍ଥ ଚାଟ୍ଟାର୍ଜୀ ହସ୍ପିଟାଲରୁ ଫେରୁଥିବା ସମୟରେ ଏହି ଘଟଣାଟି ଘଟିଛି। ଉକ୍ତ ମହିଳା ଜଣକ ମଧ୍ୟ ଚିକିତ୍ସା ପାଇଁ ହସ୍ପିଟାଲକୁ ଆସିଥିଲେ । ଚପଲ ଫିଙ୍ଗି ମହିଳା ଜଣକ ଖାଲି ପାଦରେ ଫେରି ଯାଇଥିଲେ । ଏଥିସହିତ ସେ ଯାହା କରିଛନ୍ତି ଠିକ୍ କରିଛନ୍ତି ବୋଲି ମହିଳା ଜଣକ କହିଛନ୍ତି ।
ଅନ୍ୟପଟେ ଇଡି ଅଧିକାରୀ କହିଛନ୍ତି ଯେ, ପାର୍ଥ ଚାଟ୍ଟାର୍ଜୀ ଜେରା ସମୟରେ ଇଡିକୁ ଆଦୌ ସହଯୋଗ କରୁ ନାହାନ୍ତି । ସେ ଅଧିକାଂଶ ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି । ସେ ସର୍ବଦା ଥକାପଣର ଅଭିଯୋଗ କରୁଛନ୍ତି ।