କେସିଙ୍ଗାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

କେସିଙ୍ଗା,ଏନ୍‌ଏନ୍‌ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ଜଗନ୍ନାଥ ପଡା କମ୍ପ୍ଲେକ୍ସ ନିକଟରେ ଜଣେ ଅଜଣା ବ୍ୟକ୍ତି ଅଚେତ ଅବସ୍ଥାରେ ଥିବା ବେଳେ କେସିଙ୍ଗା ଆଦର୍ଶ ଥାନା ପୁଲିସ ଖବରପାଇ ଅଜଣା ବ୍ୟକ୍ତିଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

ତାଙ୍କର ବୟସ ୫୦ ବର୍ଷ ହେବ ଏବଂ ସେ ଗୋରା ରଙ୍ଗର ହୋଇଥିବା ବେଳେ ଦେଖିବାକୁ ପତଳା ଅଟନ୍ତି। ଅଜଣା ବ୍ୟକ୍ତିଙ୍କ ଶବକୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଶବ ଗୃହରେ ରଖାଯାଇଥିବା ବେଳେ କେସିଙ୍ଗା ପୁଲିସ ତାଙ୍କର ସମ୍ପର୍କୀୟ ଓ କେଉଁ ପରିସ୍ଥିତିରେ ତାର ମୃତ୍ୟୁ ହୋଇଛି ତାହା ତଦନ୍ତ କରୁଥିବା ଜଣାପଡିଛି।