ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ନୁଆଁଡିହି ଗ୍ରାମର ସ୍ୱର୍ଗୀୟ ପୋଢ଼ ପାଣ୍ଡେଙ୍କ ଏକ ପରିତ୍ୟକ୍ତ ଘରୁ ଗୁରୁବାର ସକାଳେ ଏକ ବିରଳ ପ୍ରଜାତିର ବଜ୍ରକାପ୍ତା ବନ ବିଭାଗ ଉଦ୍ଧାର କରିଛି। ଏହାକୁ ଏବେ ବ୍ରଜରାଜନଗର ରେଞ୍ଜ ଅଫିସରେ ସୁରକ୍ଷିତ ଭାବରେ ରଖାଯାଇଛି। ଏହି ବଜ୍ରକାପ୍ତାର ଓଜନ ପ୍ରାୟ ୫ କେଜି ଥିବାବେଳେ ଏହା ସମ୍ପୂର୍ଣ୍ଣ ସୁସ୍ଥ ଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ପ୍ରାଣୀଚିକିତ୍ସାଳୟରେ ଏହାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡିଏଫ୍ଓଙ୍କ ନିର୍ଦ୍ଦେଶ ଅନୁସାରେ ବଜ୍ରକାପ୍ତାକୁ ଜଙ୍ଗଲରେ ଛଡାଯିବ କିମ୍ବା ଚିଡିଆଖାନାରେ ରଖାଯିବ ବୋଲି ବ୍ରଜରାଜନଗର ଫରେଷ୍ଟର ଗୌରାଙ୍ଗ ସାହୁ ସୂଚନା ଦେଇଛନ୍ତି।
