୧କୋଟି ୬୦ଲକ୍ଷ ଟଙ୍କାର ପ୍ରକଳ୍ପ ଲୋକାର୍ପିତ

ଝରିଗାଁ, ଏନ୍ଏନ୍ଏସ୍: ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଆଜି ଝରିଗାଁ ବ୍ଲକ୍ ଗସ୍ତକରି ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପ ପାଇଁ ୧କୋଟି ୬୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହାସହ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାଂସଦ ରମେଶ ମାଝୀ,ସମ୍ମାନିତ ଅତିଥି ଭାବେ ଝରିଗାଁ ବିଧାୟକ ଇଂ ପ୍ରକାଶ ମାଝୀ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପାଢ଼ୀ, ବ୍ଲକ ପ୍ରତିନିଧି ପ୍ରିୟରଞ୍ଜନ ଦାସ, ଉଦୟ ନାୟକ, ଜିଲ୍ଲା ପରିଷଦ ସଭ୍ୟ ପଦ୍ମନାଭ ପାଣ୍ଡେ, ମୋହନ ନାୟକ, ବ୍ଲକ ଅଧ୍ୟକ୍ଷା ରମୁଲା ଗଣ୍ଡ, ରାମଧର ଭତ୍ରା, ଏବିଡ଼ିଓ ପ୍ରଫୁଲ୍ଲ କହଁର, ଜିପିଇଓ ପ୍ରଦୀପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।