ଗାନ୍ଧୀନଗର,ଏଜେନ୍ସି: ଆସନ୍ତା ୩୧ ତାରିଖରେ ଦେଶ ପାଳିବ ରାଷ୍ଟ୍ରୀୟ ଏକତା ଦିବସ । ଗୁଜୁରାଟର କେଭାଡିଆରେ ଥିବା ସର୍ଦ୍ଦାର ପଟେଲଙ୍କ ଷ୍ଟାଚ୍ୟୁ ଅଫ ୟୁନିଟରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାର୍ଯ୍ୟକ୍ରମରେ ମ୍ୟୁଜିକାଲ ବ୍ୟାଣ୍ଡ ପ୍ରଦର୍ଶିତ କରିବେ ଆଦିବାସୀ ଛାତ୍ରଛାତ୍ରୀ । ଷ୍ଟାଚ୍ୟୁ ଅଫ ୟୁନିଟରେ ଜାରି ରହିଛି ଅଭ୍ୟାସ ।