ନିର୍ବାଚନ ଲଢ଼ିବେ କଙ୍ଗନା!

ମୁମ୍ବାଇ: ହିମାଚଳ ପ୍ରଦେଶରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ହିମାଚଳ ଝିଅ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତ ରାଜନୀତିରେ ଯୋଗଦେବେ ବୋଲି ଅନୁମାନ କରାଯାଉଛି । କଙ୍ଗନା କିଛିଦିନ ପୂର୍ବରୁ ହିମାଚଳ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ମଧ୍ୟ ଭେଟିଥିଲେ ।

ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କଙ୍ଗନା ରନାୱତ କହିଛନ୍ତି ଯେ, ଲୋକଙ୍କ ସେବା ପାଇଁ ରାଜନୀତିରେ ପ୍ରବେଶ କରିବାକୁ ନେଇ ମୁଁ ପ୍ରସ୍ତୁତ ଅଛି । ଯଦି ମୋତେ ହିମାଚଳବାସୀଙ୍କ ସେବା କରିବାର ସୁଯୋଗ ମିଳେ ତେବେ ମୁଁ ବେଶ୍ ଖୁସି ହେବି । ଏହା ନିଶ୍ଚିତ ରୂପେ ମୋ ପାଇଁ ସୌଭାଗ୍ୟର ବିଷୟ ।

ଅନ୍ୟପଟେ କଙ୍ଗନା ରନାୱତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି । କଙ୍ଗନା କହିଛନ୍ତି ଯେ, ରାହୁଲ ଗାନ୍ଧୀ ଓ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ କୌଣସି ମୁକାବିଲା ନାହିଁ । ଏଥିସହିତ ହିମାଚଳବାସୀଙ୍କୁ ମାଗଣା ବିଜୁଳିର ଆବଶ୍ୟକତା ନାହିଁ । ସେମାନେ ନିଜ ବିଜୁଳି ନିଜେ ପ୍ରସ୍ତୁତ କରିନେବେ ।