ଶ୍ରୀନଗର,ଏନ୍ଏନ୍ଏସ୍: ଘାଟିରେ ପୁଣି ଜଣେ ହାର୍ଡକୋର ଆତଙ୍କବାଦୀକୁ ନିପାତ କରିବାରେ ସଫଳ ହୋଇଛି ସେନା। ଆଜି (ରବିବାର) ଅପରାହ୍ନରେ ଶ୍ରୀନଗର କ୍ରିସବାଲ ପାଲପୋରା ସଙ୍ଗମ ଏରିଆରେ ହୋଇଥିବା ଏନକାଉଣ୍ଟରରେ ହାର୍ଡକୋର ଆତଙ୍କବାଦୀ ଆଦିଲ ପାରାଇ ନିପାତ ହୋଇଛି। ଆଦିଲ ଏକାଧିକ ସୁରକ୍ଷାକର୍ମୀଙ୍କ ହତ୍ୟା ଓ ସାଧାରଣ ଜନତାଙ୍କୁ ଆକ୍ରମଣ ଘଟଣାରେ ସାମିଲ ଥିଲା।
ଗତ କିଛି ଦିନ ତଳେ ଆଦିଲକୁ ଚିହ୍ନଟ କରିବା ପରେ ଧରିବା କିମ୍ବା ଏନକାଉଣ୍ଟର କରିବା ପାଇଁ ସୁରକ୍ଷା ବଳ ଯୋଜନା କରିଥିଲା। ପୂର୍ବ ସୂଚନା ଆଧାରରେ ଆଜି ଏନକାଉଣ୍ଟରରେ ଆଦିଲକୁ ସେନା ସଫା କରିବାରେ ସଫଳ ହୋଇଛି। ଶ୍ରୀନଗରରେ ଦୁଇ ପୋଲିସ କର୍ମୀ ଗୁଲାମ ହାସନ ଦାର ଏବଂ ସୈଫୁଲ୍ଲା କାଦ୍ରିଙ୍କ ହତ୍ୟାରେ ଏହି ହାର୍ଡକୋର ଆତଙ୍କବାଦୀ ଆଦିଲ ସମ୍ପୃକ୍ତ ବୋଲି ପୋଲିସ ସୂଚନା ଦେଇଛି।