ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରିରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଶନିବାର ଦିନ ୧୧ଟା ୧୯ରେ ମାଲକାନଗିରିର ସ୍ଥାନୀୟ ନାଏକଗୁଡ଼ାରୁ କୋରକୋଣ୍ଡା ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ଏ ନେଇ ମାଲକାନଗିରି ଅଞ୍ଚଳରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।
ତେବେ ଭୁମିକମ୍ପର କେନ୍ଦ୍ର ଛତିଶଗଡ଼୍ର ଜଗଦଲପୁରର ଦକ୍ଷିଣ ପଶ୍ଚିମ ଅଞ୍ଚଳର ବୋଲି ସୂଚନା ମିଳିଛି। ଏଥିସହ ରିକ୍ଟର ସ୍କେଲରେ ଭୂମିକମ୍ପର ମାତ୍ରା ୪.୨ ଥିବା ମାଲକାନଗିରି ଜିଲ୍ଲାପାଳ ସୂଚନା ଦେଇଛନ୍ତି।