ବିପୁଳ ପରିମାଣର କୀଟନାଶକ ଜବତ, ଘଟଣା ସ୍ଥଳରେ ପୁଲିସର ତଦନ୍ତ ଆରମ୍ଭ

ସୁବର୍ଣ୍ଣପୁର,ଏନ୍ଏନ୍ଏସ୍: ସୁବର୍ଣ୍ଣପୁରର ଜିଲ୍ଲା ବିନିକା ସହର ନୁଆବଜାର ଠାରେ ଲକ୍ଷାଧିକ ଟଙ୍କାର କୀଟନାଶକ ଔଷଧ ଜବତ ହୋଇଛି । ଏସବୁ ରାୟପୁରରୁ ଆସୁଥିବା ସମୟରେ ଧରାପଡିଥିଲା ।କମ୍ପାନୀର କର୍ମଚାରୀ ଟ୍ରକଟିକୁ ଅଟକାଇବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୁଚନା ଅନୁସାରେ ଟ୍ରକକେ କିଛି କୀଟନାଶକ ସୋନପୁର ଆସୁଥିଲା । ଏହି ସମୟରେ ଏଫମଶି କୀଟନାଶକ କମ୍ପାନୀର କର୍ମଚାରୀମାନେ ଭେଜାଲ ଔଷଧ ଭାବି ଟ୍ରକଟିକୁ ଅଟକାଇଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ ।