ବେଙ୍ଗାଲୁରୁ ,ଏନ୍ଏନ୍ଏସ୍: ଆଜି ଅପରାହ୍ଣରେ ବେଙ୍ଗାଲୁରୁ ସ୍ଥିତ ବାପୁଜୀ ନାଗରରେ ଏକ କେମିକାଲ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଏକାରଖାନାଟି ନୂଆ ଗୁଡଦହଲିରେ ଥିବା ମହାଦେବ ସ୍କୁଲ୍ ନିକଟରେ ରହିଛି। ଖବର ପାଇ ନିଆଁକୁ ଆୟତ୍ତ କରିବାକୁ ପାଞ୍ଚଟି ଅଗ୍ନିଶମ ଟିମ୍ ପହଞ୍ଚିଛନ୍ତି। କାରଖାନାରେ ଥିବା ଚାରି ଜଣ ଶ୍ରମିକ ଆହତ ହୋଇଥିବା ବେଳେ ସମସ୍ତେ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଛନ୍ତି।
ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଭିଡ ହଟାଇବା ପାଇଁ ପ୍ରଶାସନ ସମସ୍ତ ପ୍ରକାର ଉଦ୍ୟମ କରୁଥିବା ଜଣାପଡ଼ିଛି। କାରଖାନାର ପାର୍କିଂ ଏରିଆରେ ଏବଂ ରାସ୍ତା ପାର୍ଶ୍ୱରେ ଥିବା କିଛି ଘର ଏବଂ ଯାନବାହାନରେ ମଧ୍ୟ ନିଆଁ ଲାଗିଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପୁଲିସ ସମସ୍ତ ରାସ୍ତା ବନ୍ଦ କରି ଗହଳି କମାଇବାକୁ ଚେଷ୍ଟା କରିଛି।