ବିବାହ ବାର୍ଷିକୀରେ ନେତ୍ର ଦାନ ପାଇଁ ପଞ୍ଜିକରଣ ଓ ରକ୍ତଦାନ କଲେ ଦମ୍ପତି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବିବାହର ପ୍ରଥମ ବାର୍ଷିକୀରେ ଝାରସୁଗୁଡ଼ାର ଏକ ଦମ୍ପତି ନେତ୍ରଦାନ କରିବା ପାଇଁ ପଞ୍ଜିକରଣ କରିବା ସହ ରକ୍ତଦାନ କରିଛନ୍ତି। ବିବାହ ବାର୍ଷିକୀରେ ଏପରି ଏକ ଭିନ୍ନ ଏବଂ ପ୍ରେରଣାଦାୟୀ ପଦକ୍ଷେପ ନେଇଥିବା ଦମ୍ପତି ହେଲେ ସରବାହାଲ ବାସିନ୍ଦା ଯୁବ ସମାଜସେବୀ ଅରବିନ୍ଦ ବାରିକ ଓ ତାଙ୍କ ସ୍ତ୍ରୀ ଶିଲୁ ପ୍ରଧାନ। ସମାଜର ପ୍ରତ୍ୟେକ ବ୍ୟକ୍ତି ମରୋଣାନ୍ତର ନେତ୍ର ଦାନ କରିବାର ଆବଶ୍ୟକତା ରହିଛି। ଏହାଦ୍ୱରା ଅନ୍ଧକାର ଭିତରେ ଜୀବନ ବିତାଉଥିବା ଜଣେ ଚକ୍ଷୁହୀନ ନୂଆ ଜୀବନ ପାଇପାରିବ ବୋଲି ଅରବିନ୍ଦ ଓ ଶିଲୁ ପ୍ରକାଶ କରିଛନ୍ତି। ଏଥିସହିତ ନେତ୍ର ଦାନ ପାଇଁ ଇଚ୍ଛୁକ ଥିବା ଯେକୌଣସି ବ୍ୟକ୍ତି ବୁର୍ଲାସ୍ଥିତ ଚକ୍ଷୁ ବିଭାଗ କିମ୍ବା ଝାରସୁଗୁଡ଼ା ୟଙ୍ଗ ଷ୍ଟାରସ ଚେରୀଟେବୁଲ ଟ୍ରଷ୍ଟ ହେଲ୍ପଲାଇନ ନମ୍ବର ୯୪୩୯୩୦୧୧୧୩କୁ ଯୋଗାଯୋଗ କରି ନେତ୍ର ଦାନ ପାଇଁ ପଞ୍ଜିକରଣ କରିପାରିବେ ବୋଲି ସେମାନେ ସୂଚନା ଦେଇଛନ୍ତି।