କ୍ଷୁଦ୍ର ବ୍ୟବସାୟୀ ଝିଅ ବିଜ୍ଞାନ ଜିଲ୍ଲା ଟପ୍ପର

ନବରଙ୍ଗପୁର,ଏନ୍ଏନ୍ଏସ୍‌: ନବରଙ୍ଗପୁର ଜିଲ୍ଲାର ଏକ ଅଗ୍ରଣୀ ବେସରକାରୀ ଯୁକ୍ତ ଦୁଇ ବିଦ୍ୟାର୍ଥୀ ବିଜ୍ଞାନ କଲେଜ ବାରମ୍ବାର ସଫଳତା ହାସଲ କରି ଆସୁଅଛି। ଚଳିତବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ମଧ୍ଯ ସଫଳତା ବଜାଇ ରଖିଛି। ଉକ୍ତ କଲେଜର ବିଜ୍ଞାନ ଛାତ୍ରୀ ଶ୍ରାବଣୀ ଭନପାଲ୍ଲି ଜିଲ୍ଲା ଟପ୍ପର ହୋଇଛନ୍ତି। ସେ ଶତକଡା ୯୧ ପ୍ରତିଶତ ନମ୍ବର ରଖି ଜିଲ୍ଲାର ଟପ୍ପର ହେବା ସହ କଲେଜକୁ ଜିଲ୍ଲା ତଥା ରାଜ୍ୟ ସ୍ତରରେ ଗୌରବାନ୍ଵିତ କରିପାରିଛନ୍ତି। ତାଙ୍କ ବାପା ଏକ କ୍ଷୁଦ୍ର ବ୍ୟବସାୟୀ ଅଟନ୍ତି।

ଉକ୍ତ ବିଜ୍ଞାନ କଲେଜର ଶୈଖିକ ବାତାବରଣ, ଅଧ୍ୟକ୍ଷ, ଅଧ୍ୟାପକ ମାନଙ୍କର ଉଚ୍ଚ ଆକଟ ତାଙ୍କୁ ଏଭଳି ସର୍ବୋଚ୍ଚ ଶିଖରରେ ପହଞ୍ଚାଇଥିବା ଶ୍ରାବଣୀ ପ୍ରକାଶ କରିଛନ୍ତି। ଭବିଷ୍ୟତରେ ଜଣେ ଡାକ୍ତର ହୋଇ ରୋଗୀ ସେବା କରିବା ଲକ୍ଷ୍ୟ ରଖିଥିବା କହିଛନ୍ତି। ଉକ୍ତ କଲେଜରେ ଶତ ପ୍ରତିଶତ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି।

୧୦୯ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୯୧ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୭ ଜଣ ଓ ତୃତୀୟ ଶ୍ରେଣୀରେ ମାତ୍ର ଜଣେ ଉତ୍ତୀର୍ଣ୍ଣ ହେବା ସହ ନବରଙ୍ଗପୁର ଜିଲ୍ଲାରେ ରେକର୍ଡ କରିଛନ୍ତି। ଶ୍ରାବଣୀଙ୍କୁ ବିଦ୍ୟାର୍ଥୀ ବିଜ୍ଞାନ କଲେଜ ସମେତ ସମଗ୍ର ଜିଲ୍ଲାର ବୁଦ୍ଧିଜୀବୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଶ୍ରାବଣୀ ସମସ୍ତ ଶ୍ରେୟ ବିଦ୍ୟାର୍ଥୀ ବିଜ୍ଞାନ କଲେଜର ଅଧ୍ୟକ୍ଷ ଓ ଅଧ୍ୟାପକ ମାନଙ୍କୁ ଦେଇଛନ୍ତି। ଦିନକୁ ୧୪ ରୁ ୧୫ ଘଣ୍ଟା ପରିଶ୍ରମ କରିବା ସହ ଯେତେବେଳେ ଡାଉଟ କ୍ଲିୟର କରିବା ପାଇଁ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ କହିଛନ୍ତି ସେମାନେ ସାହାଯ୍ୟ କରିଥିବା ଶ୍ରାବଣୀ ପ୍ରକାଶ କରିଛନ୍ତି।