ବିଜେପିର ମିଶ୍ରଣ ପର୍ବ

ପାଟଣାଗଡ,ଏନ୍ଏନ୍ଏସ୍: ନୂତନ ବର୍ଷର ପ୍ରଥମ ଦିନରେ ନୁଆ ଉଦ୍ଦୀପନା ନେଇ ଆଜି ସ୍ଥାନୀୟ ରାଜଖମାର ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ବଲାଙ୍ଗିର ଲୋକସଭା ସଦସ୍ୟ ଶ୍ରୀମତି ସଙ୍ଗିତା କୁମାରୀ ସିଂଦେଓ ଙ୍କ ସହ ପୁର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ସୁନାମୁଦି ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ପୁର୍ବତନ ସାମରିକ ଅଧିକାରୀ କବିରାଜ ସବରଙ୍କ ନେତୃତ୍ୱରେ ଏନଏସଜି ମହାସଂଘର ସଭା ନେତ୍ରୀ ପଦ୍ମିନୀ ଦାସଙ୍କ ସମେତ ୫୦ ଜନ ମହିଳା ଓ ପୁରୁଷ ବିଜେପିରେ ଯୋଗଦେଇଛନ୍ତି।

ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ସମସ୍ତଙ୍କୁ ବିଜେପି ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ ପାଟଣାଗଡ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ ଓ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ କରମ ସିଂ ସରାଫ ପ୍ରମୁଖ ଉପସ୍ଥିତ ଥିଲେ।