ଦେଶରେ ଓମିକ୍ରନ୍ ଯୋଗୁ ୨ୟ ମୃତ୍ୟୁ

ନୂଆଦିଲ୍ଲୀ: ମହାରାଷ୍ଟ୍ର ପରେ ଉଦୟପୁରରେ ଓମିକ୍ରନ୍ ଯୋଗୁ ଦ୍ୱିତୀୟ ମୃତ୍ୟୁ ହୋଇଛି। ସମ୍ପୃକ୍ତ ମୃତକ ଜଣକ ଉଦୟପୁରର ୭୩ ବର୍ଷୀୟ ବୃଦ୍ଧ ହୋଇଥିବା ଜଣାପଡ଼ିଛି। ଡିସେମ୍ବର ୧୪ରେ ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିନମ ସିକ୍ୱେନ୍ସିଂ ପାଇଁ ଜୟପୁରର ଏସଏମଏସକୁ ତାଙ୍କ ନମୁନା ପଠାଯାଇଥିଲା। ଚିକିତ୍ସା ସମୟରେ ତାଙ୍କର କରୋନା ରିପୋର୍ଟ ୨ଥର ନେଗେଟିଭ ଆସିଥିଲା କିନ୍ତୁ କରୋନା ପରବର୍ତ୍ତୀ ଜଟିଳତା କାରଣରୁ ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ, କରୋନା ପଜିଟିଭ ଚିହ୍ନଟ ହେବା ପରେ ବୃଦ୍ଧ ଜଣକ ଗତ ୧୦ ଦିନରୁ ହସ୍ପିଟାଲରେ ଭର୍ତ୍ତି ଥିଲେ। ପାଖାପାଖି ୪ ଦିନ ଆଇସିୟୁରେ ମଧ୍ୟ ରହିଥିଲେ। ମଧୁମେହ ଓ ଉଚ୍ଚ ରକ୍ତଚାପ ଥିବା ଯୋଗୁ କରୋନା ପରବର୍ତ୍ତୀ ଜଟିଳତାର ସାମ୍ନା କରିବାକୁ ପଡ଼ିଥିଲା।