ନୂଆ ବର୍ଷରେ ୧୦ କୋଟି ଚାଷୀ ପରିବାରକୁ ୨୦ହଜାର କୋଟି ଟଙ୍କା ଭେଟିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ବର୍ଷରେ କୃଷକଙ୍କୁ ବଡ଼ ଉପହାର ଭେଟିବେ। ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନା ଅନ୍ତର୍ଗତ ୧୦ କୋଟି ଚାଷୀ ପରିବାରକୁ ୨୦ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯିବ। ଏହି ଯୋଜନା ଅନ୍ତର୍ଗତ ବର୍ତ୍ତମାନ ସୁଦ୍ଧା ୧.୬ ଲକ୍ଷ କାଟି ଟଙ୍କା ଟ୍ରାନ୍ସଫର କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦ୍ୱାରା ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି।

ସୂଚନାଯୋଗ୍ୟ, ୨୦୨୨ ଜାନୁଆରୀ ୧ ତାରିଖ ୧୨ଟା ୩୦ ମିନିଟରେ ଭିଡିଓ କନଫ୍ରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ କୃଷକଙ୍କୁ ଖାତାକୁ ଟଙ୍କା ଟ୍ରାନ୍ସଫର କରିବେ।