କାନପୁର ରେଡକୁ ନେଇ ନିର୍ମାଣ ହେବ ଫିଲ୍ମ

ନୂଆଦିଲ୍ଲୀ: ଅତର ବ୍ୟବସାୟୀ ପୀୟୁଷ ଜୈନଙ୍କ କାନପୁର ଓ କନ୍ନୋଜ ଠିକଣାରେ ହୋଇଥିବା ରେଡକୁ ନେଇ ଫିଲ୍ମ ନିର୍ମାଣ ହେବ। ଫିଲ୍ମର ନାମ ‘ରେଡ ୨’ ରଖାଯିବ। ଏନେଇ ପ୍ରଖ୍ୟାତ ଫିଲ୍ମ ନିର୍ମାତା କୁମାର ମଙ୍ଗତ ପାଠକ ଘୋଷଣା କରିଛନ୍ତି।

କୁମାର ମଙ୍ଗତ ପାଠକ ପୂର୍ବରୁ ଅଜୟ ଦେବଗନ ଅଭିନୀତ ଫିଲ୍ମ ‘ରେଡ୍’ ନିର୍ମାଣ କରିଥିଲେ। ଏହି ଫିଲ୍ମରେ କବାଟରୁ ଟଙ୍କା ବାହାରିବା ଦୃଶ୍ୟ ଦେଖାଯାଇଥିଲା। କିନ୍ତୁ କାନପୁର ଓ କନ୍ନୋଜରେ ବାସ୍ତବରେ କବାଟରୁ ଟଙ୍କା ବାହାରିଥିଲା। କବାଟରୁ ଟଙ୍କା ବାହାରିବା ଦୃଶ୍ୟ ‘ରେଡ ୨’ରେ ବି ଦେଖାଯିବ ବୋଲି ପାଠକ କହିଛନ୍ତି।