ପାଟଣାଗଡ଼ ଉପଖଣ୍ଡସ୍ତରୀୟ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ

ପାଟଣାଗଡ଼,ଏନ୍ଏନ୍ଏସ୍: ରାଜ୍ୟର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରଠାରେ ପାଟଣାଗଡ଼ ଉପଖଣ୍ଡସ୍ତରୀୟ ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଅଭୟ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସଂଘର ପୂର୍ବତନ ସଭାପତି କୈଳାଶ ଚନ୍ଦ୍ର ସାହୁ ଓ ସଂଘର ସଦସ୍ୟ ଯତିଶ ଖମାରୀଙ୍କ ବିୟୋଗରେ ଶୋକ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସଂଘର ବିଭିନ୍ନ ପ୍ରକାର ସାଂଗଠନିକ ବିଷୟରେ ଅଲୋଚନା କରି ଆସନ୍ତା ବର୍ଷ ପାଇଁ ସଭାପତି ଭାବେ ଲକ୍ଷ୍ମୀକାନ୍ତ ମିଶ୍ର, ଉପସଭାପତି ଭାବେ ବିଜୟ ମିଶ୍ର, ମନୋଜ ମିଶ୍ର, ସାଧାରଣ ସମ୍ପାଦକ ଭାବେ ପ୍ରବୀଣ ପୁରୋହିତ, ସହସମ୍ପାଦହ ଭାବେ ଅଭୟ ତ୍ରିପାଠୀ ଓ ବନମାଳୀ ମହାକୁଡ଼, କୋଷାଧ୍ୟକ୍ଷ ଭାବେ ବଂଶୀଧର ସେଠ, କାର୍ଯ୍ୟକାରୀ ସଭ୍ୟ ଭାବେ ରଞ୍ଜନ ମେହେର, ସୁବୋଧ ମେହେର, ରାଜେଶ ଚାନ୍ଦ, ଲଲିତ ମିଶ୍ର, ନରେନ୍ଦ୍ର ଭୋଇ, ଭୁବନେଶ୍ୱର ବାରିକ ଓ ସଂଯୋଜକ ଭାବେ ସୁନୀଲ ଚୋପଦାରଙ୍କୁ ଚୟନ କରାଯାଇଥିଲା। ନିର୍ବାଚନ ଅଧିକାରୀ ଭାବେ ସଦାନନ୍ଦ ବେହେରାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏହି ସାଧାରଣ ବୈଠକରେ ପାଟଣାଗଡ଼, ଖପ୍ରାଖୋଲ, ଲାଠୋର ଓ ବେଲପଡ଼ା ଅଞ୍ଚଳର ବହୁ ସାମ୍ବାଦିକ ଯୋଗ ଦେଇଥିଲେ।