ଦେଶରେ ଓମିକ୍ରୋନ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଛୁଇଁଲା

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରୋନର ପ୍ରଭାବ ଦିନକୁଦିନ ବଢ଼ିବାରେ ଲାଗିଛି। ଗୋଆ ଓ ମଣିପୁରରେ ପ୍ରଥମ ଓମିକ୍ରୋନ୍ ମାମଲା ସାମ୍ନାକୁ ଆସିଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦କୁ ବୃଦ୍ଧି ପାଇଛି। ଇତିମଧ୍ୟରେ ରାଜଧାନୀ ଦିଲ୍ଲୀରେ ୟେଲୋ ୱାର୍ଣ୍ଣିଂ ଜାରି ହେବା ସହ ଅନେକ କଟକଣା ମଧ୍ୟ ଲାଗୁ ହୋଇଛି।

ଅନ୍ୟପଟେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରୋନ୍ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।