ବୁଷ୍ଟର ଡୋଜ ପାଇଁ ବୟସ୍କଙ୍କୁ ଦେଖାଇବାକୁ ପଡ଼ିବନି ଡାକ୍ତରୀ ସାର୍ଟିଫିକେଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଷ୍ଟର ଡୋଜ ନେବାକୁ ଥିବା ବୟସ୍କ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ନୂଆ ନିୟମ ଆଧାରରେ ବୟସ୍କଙ୍କୁ ବୁଷ୍ଟର ଡୋଜ ପାଇଁ ଡାକ୍ତରୀ ସାର୍ଟିଫିକେଟ କିମ୍ବା ପ୍ରେସ୍କ୍ରିପ୍ସନ ଦେଖାଇବାକୁ ପଡ଼ିବନି।
କେନ୍ଦ୍ର ସରକାର ଜାନୁଆରୀ ୧୦ରୁ ବୁଷ୍ଟର ଡୋଜ ଅଭିଯାନ ଆରମ୍ଭ କରୁଛନ୍ତି। ଏଥିରେ ଗମ୍ଭୀର ରୋଗାଗ୍ରାସ୍ତ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡୋଜ ବିକଳ୍ପ ଦିଆଯାଇଥିଲା। କିନ୍ତୁ ପ୍ରଥମେ ଡାକ୍ତରୀ ପ୍ରେସ୍କ୍ରିପ୍ସନ ଆବଶ୍ୟକ ବୋଲି କୁହାଯାଇଥିଲା। ଏଥିସହିତ ନିର୍ବାଚନୀ ରାଜ୍ୟରେ ନିର୍ବାଚନ ସହ ଜଡ଼ିତ ଲୋକଙ୍କୁ ଆଗାଧାଡ଼ିର ଯୋଦ୍ଧା ରୂପେ ପରିଗଣିତ କରାଯିବ ବୋଲି ଘୋଷଣା କରାଯାଇଥିଲା।

ସୂଚନାଯୋଗ୍ୟ, ଜାନୁଆରୀ ୩ ତାରିଖରୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକା ଦିଆଯିବ। ଏହି ବର୍ଗରେ ପାଖାପାଖି ୭ରୁ ୮ କୋଟି ପିଲା ରହିଛନ୍ତି।