ସୌରଭ ଗାଙ୍ଗୁଲୀଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ  କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗାଙ୍ଗୁଲୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ଉଡଲ୍ୟାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗାଙ୍ଗୁଲୀ ପ୍ରଥମଥର ପାଇଁ କରୋନାରେ ସଂକ୍ରମିତ ହୋଇଥିବାବେଳେ କିଛି ମାସ ପୂର୍ବରୁ ତାଙ୍କ ପରିବାରବର୍ଗଙ୍କୁ କରୋନା ହୋଇଥିଲା।

ସୂଚନାଯୋଗ୍ୟ, ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ ଚଳିତ ବର୍ଷ ପ୍ରାରମ୍ଭରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପୂର୍ବରୁ ତାଙ୍କର ଏଞ୍ଜିୟୋପ୍ଲାଷ୍ଟୀ ହୋଇଥିଲା।